ଦୀପାଳି ବାରରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ହତ୍ୟା ସନ୍ଦେହ!
ଭୁବନେଶ୍ୱର: ଲକ୍ଷ୍ମୀସାଗର ଦୀପାଳି ବାରରେ ବାରରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା କୁ ନେଇ ପୋଲିସ ତଦନ୍ତ ଚାଲୁରଖିଛି। ଝିଅର ମୃତ୍ୟୁ ପରେ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତେବେ ଏନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ । ହୋଟେଲ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି । ଦୀପାଳି ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ଦିନକୁ ଦିନ ବଢୁଛି ସନ୍ଦେହ । ରମାଦେବୀ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସର ଜେରା କରିଛି । ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଅଛନ୍ତି । ଯୁବତୀଙ୍କୁ କେହି ହୋଟେଲ ଡାକିଥିଲେ ନାଁ ସେ ନିଜେ ଏଠାକୁ ଆସିଥିଲେ ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା କରିଛି। ବାର ଗାର୍ଲଙ୍କ ସହ ସମ୍ପର୍କ ନେଇ ପୁରୁଣା ବୟଫ୍ରେଣ୍ଡକୁ ଜେରାକରାଯାଇଛି। ପୁରୁଣା ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରୁଛି ପୋଲିସ । ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି । ସିଡିଆର ରିପୋର୍ଟ ଆସିବା ପରେ ଘଟଣାର ସତ ଜଣାପଡିବ ବୋଲି କୁହାଯାଉଛି । ଶନିବାର ଭୁବନେଶ୍ୱର କଟକ ରୋଡରେ ଥିବା ଦିପାଲୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଦୀପାଳି ବାରରୁ ଭଦ୍ରକ କୁଆ ବାଘସାହିର ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ତାଙ୍କ ବାପା ଓ ଭାଇ କହିଥିଲେ କେହି ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରି ଝୁଲାଇ ଦେଇଛନ୍ତି। ତାଙ୍କ ଝୁଲନ୍ତା ଶବକୁ ପୁଲିସ ଜବତ କରିଥିଲା। ହୋଟେଲର ଏକ ରୁମରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିଲା। ପୁଲିସ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦେବା ସହ ଦୀପାଳି ହୋଟେଲରେ ଛାନଭିନ୍ କରି ତଦନ୍ତ ଚଳାଇଛି। ହୋଟେଲ ଓ ବାର୍ ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କୁ ପଚରାଉଚରା କରାଯାଇଛି। ମୃତଦେହ ମିଳିଥିବା ରୁମରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି।