ଆଜି ସ୍ଥଳଭାଗ ଛୁଇଁବ ମୋକା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ମୋକାକୁ ନେଇ ଓଡ଼ିଶାରେ ଭୟ ନାହିଁ ସତ । କିନ୍ତୁ  ଆଜି ସ୍ଥଳଭାଗ ଛୁଇଁବ  ସାମୁଦ୍ରିକ ଝଡ଼ ମୋକା । ଅପରାହ୍ମରେ ଏହା ବାଙ୍ଗଲାଦେଶ ଓ ମିଆଁମାର ସୀମାରେ ଲ୍ୟାଣ୍ଡଫଲ କରିବ ।  ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ସର୍ବାଧିକ ୨୦୦ କିଲୋମିଟର ବେଗରେ ପବନ ବହିବାର ସଂଭାବନା ଥିବାରୁ ଭୀଷଣ କ୍ଷୟକ୍ଷତି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାକୁ ନଥିବାବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ସହିତ କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହୋଇପାରେ ।