CWCରେ ଓଡ଼ିଶା ନେତାଙ୍କୁ ଅଣଦେଖା କରାଯାଇଛି: ସୁର ରାଉତରାୟ
ଭୁବନେଶ୍ବର: ଓଡ଼ିଶା କଂଗ୍ରେସକୁ AICCର ଅଣଦେଖା ହୋଇଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଗତକାଲି AICC ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୩୯ ଜଣିଆ ନୂଆ ୱାର୍କିଂ କମିଟି ଗଠନ କରିଥିବା ବେଳେ ଏଥିରେ ରାଜ୍ୟ କଂଗ୍ରେସର କେହି ବି ଜଣେ ନାହାନ୍ତି । ଯାହାକୁ ନେଇ ସେ ଦିଲୀକୁ ଜଣାଇବେ ବୋଲି କହିଛନ୍ତି । ଇନଚାର୍ଜ ଭାବେ ଭକ୍ତଚରଣ ଦାସଙ୍କୁ CWCରେ ସ୍ଥାନ ମିଳିଛି ଯାହାକୁ ସେ ନାପସନ୍ଦ କରିଛନ୍ତି । ଓଡ଼ିଶାକୁ AICC ସବୁବେଳେ ଉପେକ୍ଷା କରୁଥିବା ରାଜ୍ୟ କଂଗ୍ରେସ ନେତାମାନେ କହିଛନ୍ତି । ଏନେଇ ରାହୁଲ ଗାନ୍ଧୀ ଓ ଖଡ଼ଗେଙ୍କୁ ଚିଠି ଲେଖି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।