କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ପାଳନ

ମାଲକକାନଗିରି : ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ମାଲକକାନଗିରି ବନ୍ଦ ପାଳନ କରାଯାଇଛି । ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ ବିଲ ଆଦାୟକୁ ବିରୋଧ ଜିଲ୍ଲା ସଦର ମହକୁମା ସହ ବ୍ଳକ ସ୍ତରରେ ପିକେଟିଂ କରି ରାସ୍ତାରୋକ କରୁଛନ୍ତି କାର୍ଯ୍ୟକର୍ତ୍ତା । ଯାନବାହାନ ଚଳାଚଳ ଠପ୍ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।   ଜିଳ୍ଲା ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ, ୫ ବର୍ଷ ଧରି ନିର୍ମାଣ କାମ ସରିଥିବା ବିଇଡି କଲେଜ କାର୍ୟ୍ୟକ୍ଷମ କରିବା, ଜିଲ୍ଲା ଭିତିକ ନିଯୁକ୍ତି ଦାବି ନେଇ କଂଗ୍ରେସ ବନ୍ଦ ପାଳନ କରୁଛି । ବାରମ୍ବାର ଟାଟା ବିଦ୍ୟୁତ୍ କମ୍ପାନି ଲୋକଙ୍କୁ ଲୁଟି ଚାଲିଥିବା ବେଳେ ସରକାର ପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।