ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଦୁଇ ପୁଅ ଆଗାମୀ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବେ । ତେବେ ସାନ ପୁଅ ବିଜେଡି ସରକାର ପ୍ରଶଂସା କରିଥିବା ବେଳେ ବଡ଼ ପୁଅ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖାଦେଇଛି । ସୁରେଶ ରାଉତରାୟ କହିଛନ୍ତି, ‘୨୦୨୪ ନିର୍ବାଚନରେ ଦୁଇ ପୁଅ ବିଧାୟକ ପ୍ରାର୍ଥୀ ହେବେ । ସାନପୁଅ ମନ୍ମଥ ଜଟଣୀରୁ ଓ ବଡ଼ପୁଅ ସିଦ୍ଧାର୍ଥ ନିମାପଡ଼ାରୁ ନିର୍ବାଚନ ଲଢ଼ିବେ ବୋଲି ସୁର ସଙ୍କେତ ଦେଇଛନ୍ତି ।’ ବଡ଼ଭାଇ ସିଦ୍ଧାର୍ଥ ରାଉତରାୟଙ୍କ ସରକାର ବିରୋଧୀ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ସାନଭାଇ ମନ୍ମଥ ରାଉତରାୟ । କହିଛନ୍ତି ବିରୋଧୀମାନେ ବିକାଶ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଭଲ କାମକୁ ଭଲ କହିବା ବଦଳରେ ରାଜ୍ୟର ଦ୍ରୁତ ବିକାଶକୁ ବିରୋଧୀ ସହି ପାରୁନାହାନ୍ତି । ଏଭଳି ପ୍ରସଙ୍ଗ ଆଉ ଆଗାମୀ ଦିନରେ କାମ କରିବନି ବୋଲି ସେ ପରୋକ୍ଷରେ ବଡ଼ଭାଇ ସିଦ୍ଧାର୍ଥଙ୍କୁ ଚେତାଇ ଦେଇଛନ୍ତି ମନ୍ମଥ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ