ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଦୁଇ ପୁଅ ଆଗାମୀ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବେ । ତେବେ ସାନ ପୁଅ ବିଜେଡି ସରକାର ପ୍ରଶଂସା କରିଥିବା ବେଳେ ବଡ଼ ପୁଅ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖାଦେଇଛି । ସୁରେଶ ରାଉତରାୟ କହିଛନ୍ତି, ‘୨୦୨୪ ନିର୍ବାଚନରେ ଦୁଇ ପୁଅ ବିଧାୟକ ପ୍ରାର୍ଥୀ ହେବେ । ସାନପୁଅ ମନ୍ମଥ ଜଟଣୀରୁ ଓ ବଡ଼ପୁଅ ସିଦ୍ଧାର୍ଥ ନିମାପଡ଼ାରୁ ନିର୍ବାଚନ ଲଢ଼ିବେ ବୋଲି ସୁର ସଙ୍କେତ ଦେଇଛନ୍ତି ।’ ବଡ଼ଭାଇ ସିଦ୍ଧାର୍ଥ ରାଉତରାୟଙ୍କ ସରକାର ବିରୋଧୀ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ସାନଭାଇ ମନ୍ମଥ ରାଉତରାୟ । କହିଛନ୍ତି ବିରୋଧୀମାନେ ବିକାଶ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଭଲ କାମକୁ ଭଲ କହିବା ବଦଳରେ ରାଜ୍ୟର ଦ୍ରୁତ ବିକାଶକୁ ବିରୋଧୀ ସହି ପାରୁନାହାନ୍ତି । ଏଭଳି ପ୍ରସଙ୍ଗ ଆଉ ଆଗାମୀ ଦିନରେ କାମ କରିବନି ବୋଲି ସେ ପରୋକ୍ଷରେ ବଡ଼ଭାଇ ସିଦ୍ଧାର୍ଥଙ୍କୁ ଚେତାଇ ଦେଇଛନ୍ତି ମନ୍ମଥ ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି