ରଥଯାତ୍ରା ବେଳେ ଅଘଟଣ

ପୁରୀ ରଥଯାତ୍ରା ବେଳେ ଅଘଟଣ । ଜଣେ ପୁରୁଷ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ରଥ ଟାଣିବା ବେଳେ ଅସୁସ୍ଥ ହୋଇପଡିଥିଲେ ଶ୍ରଦ୍ଧାଳୁ ଜଣକ । ବଳଭଦ୍ରଙ୍କ ରଥ ଟାଣିବା ବେଳେ ଅସୁସ୍ଥ ହୋଇପଡିଥିଲେ । ଶ୍ୱାସରୁଦ୍ଧ ହେବାରୁ ନିଆଯାଇଥିଲା ଡାକ୍ତରଖାନା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଠେଲାପେଲାରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।ମହାପ୍ରଭୁଙ୍କ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମିଳିବ ବୋଲି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କ ଚିକିତ୍ସା ମାଗଣାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।