ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ

 

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥର ବିଜ୍ଞାନରେ ପାସ୍ ହାର ରହିଛି  ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ନୟାଗଡରେ ସର୍ବାଧିକ ପାସ ହାର ୯୬.୪୧ ପ୍ରତିଶତ । ଗଜପତିରେ ସର୍ବନିମ୍ନ ପାସ ହାର ୬୧.୫୫ ପ୍ରତିଶତ ରହିଛି । ଚଳିତ ବର୍ଷ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ୭୮,୯୩୮ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପାସ କରିଛନ୍ତି।ଏଣେ ବାଣିଜ୍ୟରେ ମୋଟ୍ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୯,୫୩୬ ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ୭୪୧୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ୪୫୪୩ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଓ ୭୪୯୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୟାଗଡରେ ସର୍ବାଧିକ ପାସ୍ ହାର ୯୩.୦୯% ଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ପାସ୍ ହାର ୫୫.୫୫% ରହିଛି

YouTube player