ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ, ଭାରତ ସରକାରଙ୍କ “ସାଗରମାଳା, ଗତିଶକ୍ତି ଓ ନ୍ୟାସନାଲ୍ ଲଜିଷ୍ଟିକ୍ ପଲିସି” ଯୋଜନା ସହ ସମନ୍ୱୟ କରି ଓଡ଼ିଶାରେ ବନ୍ଦର ଭିତ୍ତିକ ଅର୍ଥନୀତି ଗଢ଼ାଯାଇଛି। ରାଜ୍ୟ ସରକାର ତଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ କୋଷ୍ଟାଲ୍ ଇକୋନୋମିକ୍ ଜୋନ ସ୍ଥାପନ ପାଇଁ ଉଦ୍ୟମ କରୁଛି। ସେ କହିଲେ ଯେ, “ ମୋନିଜୀଙ୍କ ଙ୍କ ଦୃଢ ନେତୃତ୍ୱରେ ଭାରତ ନୌବାଣିଜ୍ୟରେ ନୂତନ ଯୁଗକୁ ପ୍ରବେଶ କରିଛି ଓ ‘ମାରି-ଟାଇମ୍ ଅମୃତକାଲ୍ ଭିଜନ ୨୦୪୭’ ଅନୁଯାୟୀ ଦେଶର ବନ୍ଦରମାନେ ବିଶ୍ୱସ୍ତରୀୟ ହେବେ।”କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ, ରାଜ୍ୟ ସରକାର ବନ୍ଦରକୁ କେନ୍ଦ୍ର କରି ଶିଳ୍ପ, ଆଧାରଭୂତ ସଂରଚନା, ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶରେ ବିଶେଷ ଗୁରୁତ୍ୱ ଦେଉଛି। ପାରାଦୀପ ବନ୍ଦରର ବିକାଶ ମାତ୍ର ଓଡ଼ିଶାକୁ ନୁହେଁ, ସମଗ୍ର ଭାରତର ମାରିଟାଇମ୍ ଅର୍ଥନୀତିକୁ ଶକ୍ତିଶାଳୀ କରୁଛି। ପାରାଦୀପ ଆଜି କେବଳ ଏକ ବନ୍ଦର ନୁହେଁ, ଏହା ଓଡ଼ିଶାର ଅସୀମ ସମ୍ଭାବନା ଓ ନୂଆ ଭାରତ ଗଢ଼ିବାର ଶକ୍ତିର ପ୍ରତୀକ, ବୋଲି ସେ ଉଲ୍ଲେଖ କଲେ।