ବାହାନଗା ରେଳ ଦୁର୍ଘଟଣା ମାମଲା ୫ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବେନଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ସିବିଆଇ ତନାଘନା ଜାରି ରଖି  ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି  । ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ୩ ଅଭିଯୁକ୍ତ ।  ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ଦୁର୍ଘଟଣାର ଠିକ୍ ୩୫ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି ।ଏହି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି । ତେବେ ସେମାନେ କି ପ୍ରମାଣ ନଷ୍ଟ କରିଛନ୍ତି ତାହା ପ୍ରକାଶ କରାଯାଇନାହିଁ ।