‘ମମତା’ ସହାୟତା ରାଶି ଅଗଷ୍ଟରୁ ପିଛିଲା ଭାବେ ମିଳିବ

ରାଜ୍ୟ ସରକାରଙ୍କ ଯୋଜନା ‘ମମତା’ର ସହାୟତା ରାଶି ଏଣିକି ୫ହଜାର ବଦଳରେ ୧୦ହଜାର ଟଙ୍କା ମିଳିବ । ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ପିଛିଲା ଭାବେ ମିଳିବ । ନିର୍ବାଚନକୁ ଆଖିରେ ରଖି ମହିଳା ଭୋଟରଙ୍କୁ ଖୁସି କରିବା ପାଇଁ ସରକାର ମମତା ଯୋଜନାର ସହାୟତା ରାଶି ଦୁଇଗୁଣ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି । ଏବେ ଗର୍ଭବତୀ ମହିଳାମାନଙ୍କୁ ମମତା ଯୋଜନାରେ ୨ଟି କିସ୍ତିରେ ୫ହଜାର ଟଙ୍କା ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଗର୍ଭବତୀ ମହିଳାମାନେ ଏଣିକ ପ୍ରଥମ କିସ୍ତିରେ ୬ହଜାର ଟଙ୍କା ଓ ଦ୍ୱିତୀୟ କିସ୍ତିରେ ୪ହଜାର ଟଙ୍କା ଏଭଳି ମୋଟ ୧୦ହଜାର ଟଙ୍କା ସହାୟତା ପାଇବେ । ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ । ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଏହି ବକେୟା ରାଶି ହିତାଧିକାରୀଙ୍କୁ ମିଳିବ ।