ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲ ବିରୋଧରେ ମାମଲା ରୁଜୁ

ପୁରୀ: ଶ୍ରୀମନ୍ଦିର ଭିତରର ରିଲ୍ସ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ସିଂହଦ୍ବାର ପୋଲିସ । ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାରା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋହିତ ଜୈଶ୍ବାଲ ୧୯୭୩ ନାଁରେ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ଭିଡିଓ । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରର ଏହି ଭିଡିଓ କରାଯାଇଛି ।ରୋହିତ ନିଜେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିବା ସୂଚନା ମିଳିଛି ଥାନାରେ ହାଜର ନହେଲେ ରୋହିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।