ଦିଗପହଣ୍ଡି: ବସ ମାଲିକଙ୍କ ଖାମଖିଆଲି ଯୋଗୁଁ ଦିଗପହଣ୍ଡିରେ ଵସ ଦୁର୍ଘଟଣା ଘଟିଲା। ଚାଲିଗଲା ୧୨ଜଣ ନିରୀହଙ୍କ ଜୀବନ। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ମିନି ବସରେ ପରମିଟ୍ ନଥିଲା। ୨୫ ବର୍ଷ ତଳର ପୁରୁଣା ଗାଡ଼ି ବିନା ଗାଇଡଲାଇନରେ ଗଡୁଥିଲା। ଯାତ୍ରୀ ବୋହିବା ପାଇଁ ପରମିସନ ନଥିଲା। ୨୫ ବର୍ଷର ବସକୁ ଫିଟନେସ୍ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣେ ଯେଉଁ ରୁଟରେ ଗାଡ଼ି ଗଡୁଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ ଥିଲା। ଖାଲି ସେତିକି ନୁହେଁ, ପୁରୁଣା ଗାଡ଼ି ଯୋଗୁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା। ଏନେଇ ଥାନାରେ ମାମଲା ହୋଇଛି। ପୁଲିସ ଘଟଣାର ତଦନ୍ତ ତଦନ୍ତ ଜାରି ରଖିଛି।ତେଣେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ। ସେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ଫିଟନେସ୍ ଥିଲା, ରାତିରେ ଚଳାଚଳ ପାଇଁ ପରମିଟ୍ ନଥିଲା କି ବୀମା ନଥିଲା, ଘଟଣା ପାଇଁ ବସ୍ ମାଲିକ ହିଁ ଦାୟୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।