ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ହେବ
ନୂଆପଡ଼ା ଉପନିର୍ବାଚନରେ ଆମେ ୫୦ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିବୁ । ନୂଆପଡ଼ାରେ ବିଜେଡି-କଂଗ୍ରେସ ପୁରା ସଫା ହୋଇଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।
ଗତ ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ଲାଗି ମତଦାନ ହୋଇଛି । ଯେଉଁଥିରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିର ସ୍ନେହାଙ୍ଗୀନି ଛୁରିଆ ମୈଦାନରେ ଅଛନ୍ତି। ବିଜେପି ତରଫରୁ ଜୟ ଢୋଲକିଆ ନିର୍ବାଚନ ଲଢୁଛନ୍ତି । ଏବେ ମତଦାନ ସରିଛି, ରେଜଲ୍ଟକୁ ଅପେକ୍ଷା । ଏସବୁ ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ଆମେ ୫୦ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିବୁ । ନୂଆପଡ଼ାରେ ବିଜେଡି-କଂଗ୍ରେସ ପୁରା ସଫା ହୋଇଯିବ। ବିଜେଡି-କଂଗ୍ରେସ ଲୋକଙ୍କ ସହିତ ନାହାନ୍ତି । ତାହା ଆସନ୍ତାକାଲି ପ୍ରମାଣିତ ହୋଇଯିବ । ନୂଆପଡାରେ ଭାରତୀୟ ଜନତା ପାର୍ଟି ରେକର୍ଡ ମାର୍ଜିନରେ ବିଜୟ ଲାଭ କରିବ ।
ଅନ୍ୟପଟେ ବୁଧବାର ଦିନ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ବିଜୟ ହାସଲ କରିବ ବିଜେଡି । ପ୍ରାୟ ୧୦ ହଜାରରୁ ଅଧିକ ମାର୍ଜିନରେ ବିଜେଡି ବିଜୟ ଲାଭ କରିବ ।