ବରଗଡ଼ :ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ । ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପାଇକମାଳ ବିଏଲ୍ସି ରୋହିଣୀ ବରିହାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ପାଇକମାଳ ବ୍ଲକ୍ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ମିସନ ଶକ୍ତି ଭବନରେ ଗତ ୨୧ରେ ଏସ୍ଏଚ୍ଜି ସଦସ୍ୟାଙ୍କୁ ପାଇକମାଳ ବିଏଲ୍ସି ରୋହିଣୀ ତାଲିମ ଦେଉଥିଲେ। ଏତିକି ବେଳେ ବିଡିଓ, ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ଓ ବିଧାୟିକାଙ୍କ ପିଏସ୍ଓ ଦୁଇଥର ତାଙ୍କୁ ଫୋନ୍ କରିଥିଲେ। ବିଧାୟିକା ଡାକୁଛନ୍ତି ବୋଲି ଏମାନେ ତାଙ୍କୁ କହିଥିଲେ। ତେବେ ବିଏଲ୍ସି ଶିବିର ଛାଡ଼ି ଯାଇ ହେବନାହିଁ ବୋଲି ସେ କହିଥିଲେ। କିଛି ସମୟ ପରେ ବିଧାୟିକାଙ୍କ ପିଏସ୍ଓ ତାଲିମ କେନ୍ଦ୍ରକୁ ଆସି ରୋହିଣୀଙ୍କୁ ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ବିଧାୟିକାଙ୍କ ସହ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଅଧିକାରୀ ଉପସ୍ଥିତଥିଲେ। ତାଙ୍କ ଆସିବାରେ ବିଳମ୍ବ ଏବଂ ଶିବିର ଚାଲୁଥିବାରୁ ସେ ଆସିବାକୁ ଅରାଜି ହେବା ଘଟଣାକୁ ନେଇ ତାଙ୍କୁ ମାରପିଟ୍ ଓ ଗାଳିଗୁଲଜ କରାଯାଇଥିବା ରୋହିଣୀ ଏତଲାରେ ଉଲ୍ଲେଖ କରିଛନ୍ତି ।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ