ବାଜି ରାଉତଙ୍କୁ ନେଇ ଓଡ଼ିଆ ଜାତି ଗର୍ବିତ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ହେଉଛନ୍ତି କୁନି ସ୍ବାଧୀନତା ସଂଗ୍ରାମୀ । ତାଙ୍କର ବୀରତ୍ୱ ଓ ସାହସିକତା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ଆଦର୍ଶ ହୋଇଛନ୍ତି ବାଜି ରାଉତ । ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ନିଳକଣ୍ଠପୁରରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ବାପାଙ୍କୁ ହରାଇଥିଲେ। ମା’ ପର ଘରେ କାମ କରି ତାଙ୍କୁ ପାଳୁଥିଲେ। ୧୯୩୮ ଅକ୍ଟୋବର ୧୯ରେ, ମାତ୍ର ବାର ବର୍ଷ ବୟସରେ, ବାଜି ରାଉତ ତାଙ୍କ ଗାଁରେ ଭାରତ ଛାଡ ଆନ୍ଦୋଳନରେ ବାନର ସେନା ଭାବେ ଭାଗ ନେଇ ଦେଶପ୍ରେମର ନିଦର୍ଶନ ଦେଇଥିଲେ । ଆନ୍ଦୋଳନ ଚାଲିଥିବା ବେଳେ ବାଜି ରାଉତଙ୍କ ସମେତ ଗ୍ରାମବାସୀ ବ୍ରିଟିଶ ପୋଲିସ ମୁହାଁମୁହିଁ ହୋଇଥିଲେ। ପ୍ରଜାମଣ୍ଡଳ ସେନାର ଜଣେ ସକ୍ରିୟ ସଦସ୍ୟ ଭାବରେ ସେ ରାତିରେ ନଦୀ କୂଳରେ ନଜର ରଖିବାକୁ ଦାୟିତ୍ବ ଥିଲା । ବ୍ରିଟିଶ ପୋଲିସ୍ ଫୋର୍ସ ତାଙ୍କୁ ଡଙ୍ଗା ସାହାଯ୍ୟରେ ନଦୀ ପାର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ସେ ଅସ୍ୱୀକାର କରିଥିଲେ। ଏହା ପରେ ଲକ୍ଷ୍ମଣ ମଲିକ, ଫଗୁ ସାହୁ, ହୃଷୀ ପ୍ରଧାନ ଏବଂ ନଟ ମଲିକଙ୍କ ସହ ବାଜି ରାଉତ ଉପରେ ପୋଲିସ ଫୋର୍ସ ଗୁଳି ଚଳାଇଥିଲା। ସେଇଠି ତାଙ୍କର ଜୀବନ ଚାଲି ଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ନିଳକଣ୍ଠପୁର ଗାଁରେ ବାଜି ରାଉତଙ୍କ ସ୍ମୃତି ପୀଠରେ ଆଜି ହଜାର ହଜାର ଲୋକ ତାଙ୍କୁ ସ୍ମରଣ କରୁଛନ୍ତି । ସହିତ ସହୀଦ ସ୍ମୃତି ସ୍ତମ୍ଭ ନିକଟରେ କାର୍ଯ୍ୟକ୍ରମ ହେଉଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post