ବାଜି ରାଉତଙ୍କୁ ନେଇ ଓଡ଼ିଆ ଜାତି ଗର୍ବିତ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ହେଉଛନ୍ତି କୁନି ସ୍ବାଧୀନତା ସଂଗ୍ରାମୀ । ତାଙ୍କର ବୀରତ୍ୱ ଓ ସାହସିକତା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ଆଦର୍ଶ ହୋଇଛନ୍ତି ବାଜି ରାଉତ । ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ନିଳକଣ୍ଠପୁରରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ବାପାଙ୍କୁ ହରାଇଥିଲେ। ମା’ ପର ଘରେ କାମ କରି ତାଙ୍କୁ ପାଳୁଥିଲେ। ୧୯୩୮ ଅକ୍ଟୋବର ୧୯ରେ, ମାତ୍ର ବାର ବର୍ଷ ବୟସରେ, ବାଜି ରାଉତ ତାଙ୍କ ଗାଁରେ ଭାରତ ଛାଡ ଆନ୍ଦୋଳନରେ ବାନର ସେନା ଭାବେ ଭାଗ ନେଇ ଦେଶପ୍ରେମର ନିଦର୍ଶନ ଦେଇଥିଲେ । ଆନ୍ଦୋଳନ ଚାଲିଥିବା ବେଳେ ବାଜି ରାଉତଙ୍କ ସମେତ ଗ୍ରାମବାସୀ ବ୍ରିଟିଶ ପୋଲିସ ମୁହାଁମୁହିଁ ହୋଇଥିଲେ। ପ୍ରଜାମଣ୍ଡଳ ସେନାର ଜଣେ ସକ୍ରିୟ ସଦସ୍ୟ ଭାବରେ ସେ ରାତିରେ ନଦୀ କୂଳରେ ନଜର ରଖିବାକୁ ଦାୟିତ୍ବ ଥିଲା । ବ୍ରିଟିଶ ପୋଲିସ୍ ଫୋର୍ସ ତାଙ୍କୁ ଡଙ୍ଗା ସାହାଯ୍ୟରେ ନଦୀ ପାର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ସେ ଅସ୍ୱୀକାର କରିଥିଲେ। ଏହା ପରେ ଲକ୍ଷ୍ମଣ ମଲିକ, ଫଗୁ ସାହୁ, ହୃଷୀ ପ୍ରଧାନ ଏବଂ ନଟ ମଲିକଙ୍କ ସହ ବାଜି ରାଉତ ଉପରେ ପୋଲିସ ଫୋର୍ସ ଗୁଳି ଚଳାଇଥିଲା। ସେଇଠି ତାଙ୍କର ଜୀବନ ଚାଲି ଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ନିଳକଣ୍ଠପୁର ଗାଁରେ ବାଜି ରାଉତଙ୍କ ସ୍ମୃତି ପୀଠରେ ଆଜି ହଜାର ହଜାର ଲୋକ ତାଙ୍କୁ ସ୍ମରଣ କରୁଛନ୍ତି । ସହିତ ସହୀଦ ସ୍ମୃତି ସ୍ତମ୍ଭ ନିକଟରେ କାର୍ଯ୍ୟକ୍ରମ ହେଉଛି ।
Trending
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
Next Post