ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଆସିଲା ୨୯ଟି ମୃତଦେହର ଡିଏନଏ ରିପୋର୍ଟ

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଡିଏନଏ ରିପୋର୍ଟ ଆସିଛି ।  ପରିଚୟ ମିଳୁନଥିବା ୮୧ ଟି ମୃତଦେହ ମଧରୁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ୨୯ଟି ସାମ୍ପୁଲର DNA ରିପୋର୍ଟ ଆସିଛି । ରିପୋର୍ଟ ଆସିବା ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରିବା ପାଇଁ ପ୍ରସ୍ତୁତି ହୋଇଛି ।  ବାହାନଗା ଟ୍ରେନ ଦୁର୍ଘଟଣାରେ କେତେକ ମୃତଦେହର ଏକାଧିକ ଦାବିଦାର ରହିଥିଲେ । ପରିଚୟ ମିଳୁନଥିବା ମୃତଦେହକୁ ଚିହ୍ନଟ କରିବାକୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସରୁ 29ଟି ମୃତଦେହର ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଯାଇଥିଲା । ପରିଚୟ ମିଳିବା ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି । ସେପଟେ ଅଣଦାବିଦାର ଶବଗୁଡ଼ିକର ଆଜି ହେବ ସାମୂହିକ ସତ୍କାର । ଏବେ ଏମ୍ସରେ ୩ଟି କଣ୍ଟେନରରେ ୮୧ଟି ମୃତଦେହ ରହିଛି ।