ଯୁକ୍ତ ଦୁଇ ନାମ ଲେଖାଇବା ପାଇଁ ଆବେଦନ ତାରିଖକୁ ଜୁନ୍ ୨୦ରୁ ୨୬କୁ ବୃଦ୍ଧି

ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧିକୁ ରାଜ୍ୟ ସରକାର ଜୁନ୍ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା । ଅଭିଭାବକ,ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ଦୁଇ ପ୍ରଥମବର୍ଷ  ବା ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ସାମସ୍ ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୦ରୁ ୨୬କୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଜୁଲାଇ ୨ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩ରୁ ୮ତାରିଖ ପର୍ଯ୍ୟନ୍ତ ଚାଲିବ ।  ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୬ରେ ପ୍ରକାଶ ପାଇବ ଓ ନାମଲେଖା ଜୁଲାଇ ୧୯ରେ ଶେଷ ହେବ ।