ଏଣିକି ରବିବାର ବି ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର:  ଏଣିକି ରବିବାରରେ ବି ଡାକ୍ତରଖାନା ପରିସରରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇଛି । ଏଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟରେ ମୋଟ ୧୬୭ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି ।ଏଥିରୁ ୫୮ଟିରେ ରାତିରେ ମଧ୍ୟ ଖାଦ୍ୟ ମିଳୁଛି । ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ହଜାର ଲୋକ ଉପକୃତ ହେଉଛନ୍ତି । ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଥିଲେ ।