କଟକ ଜିଲ୍ଲାରେ 5T ସଚିବ ଭି.କେ ପାଣ୍ଡିଆନ୍

କଟକ: ଦ୍ବିତୀୟ ଦିନରେ କଟକ ଜିଲ୍ଲାରେ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକ ଜିଲ୍ଲା ବାଙ୍କୀ ଗସ୍ତରେ ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ସେ ଦର୍ଶନ କରିଛନ୍ତି । ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ମନ୍ଦିରର ବିକାଶ କେମିତି ହେବ, ସେ ନେଇ ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି 5T ସଚିବ ।