ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
ମାଲକାନଗିରି: ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ତାଡ଼ମେଟଲା ଅଞ୍ଚଳରେସର୍ଚ୍ଚ ଅପରେସନ ବେଳେ ଯବାନ ଓ ମାଓବାଦୀ ମୁହାମୁହିଁ ହୋଇଛନ୍ତି। ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ସର୍ଚ୍ଚ ଅପରେସନରେ ବାହାରିଥିଲେ ଯବାନ। ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଡିଆରଜି ଓ ସିଆରପିଫ୍ ଯବାନମାନେ ଏହି ସର୍ଚ୍ଚ ଅପରେସନର ସାମିଲ ହୋଇଥିଲେ। ଏ ନେଇ ଏସପି କିରଣ ଚୌହାନ ସୂଚନା ସୂଚନା ଦେଇଛନ୍ତି। ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।