ଭୁବନେଶ୍ୱର : ବିଧାନସଭାରେ ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଫୋପାଡିଥିଲେ ଡ଼ାଲି । ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମ ଉପରକୁ ଫିଙ୍ଗିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହିପରି ଆଚରଣକୁ ନେଇ ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଦୁଇଜଣ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ନିଲମ୍ବିତ । ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡ଼ାଲି ଫୋପାଡ଼ିବା ଘଟଣାକୁ ସବୁ ମହଲରୁ କରାଯାଉଛି ନିନ୍ଦା । ବରିଷ୍ଠ ନେତା ଦେବୀ ପ୍ରଶାଦ ମିଶ୍ର ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି । ବିଜେପି ବିଧାୟକଙ୍କର ଅଧିକାର ଅଛି କହିବାର କିନ୍ତୁ କିଛି କହିବା ବଦଳରେ ଗୃହକୁ ଅଚଳ କରୁଛନ୍ତି । ଅପରପକ୍ଷେ ଜଣେ ମହିଳା ବାଚସ୍ପତିଙ୍କ ପ୍ରତି ଏଭଳି ଆଚରଣ ଓ ଉଚ୍ଚାରଣ କରିବା ଗ୍ରହଣୀୟ ନୁହେଁ । ଓଡ଼ିଶା ଇତିହାସରେ ଏହା କଳଙ୍କିତ ଦିନ ଭାବରେ ଗଣତି ହେବ କାରଣ ସ୍ୱାଧିନ ଭାରତର ପ୍ରଥମ ମହିଳା ବାଚସ୍ପତିଙ୍କୁ ଏଭଳି ଆଚରଣ ଅଶୋଭନୀୟ ।ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଜଣାଇ ଅଗ୍ରାଧିକାର ଦେଇ ଭାରତ ବର୍ଷରେ ଚର୍ଚ୍ଚାକୁ ଆସିଛନ୍ତି । ଭାରତ ବର୍ଷରେ ମହିଳା ସଂରକ୍ଷଣ ଦାବିକୁ ବାରମ୍ବାର ଉଠାଇ ସଫଳ ହୋଇଥିବା ବେଳେ ରାଜ୍ୟରେ କିନ୍ତୁ ବିଜେପି ହିନ ରାଜନୀତି ଠାରୁ ଦୁରେଇ ପାରୁନି । ଜଣେ ମହିଳା ବାସସ୍ପତିଙ୍କୁ ଗୃହ ଭିତରେ ଅସମ୍ମାନ କରିବା କେତେଦୁର ଠିକ ରାଜ୍ୟବାସୀ ଏଭଳି ହିନମାନସିକତା ଥିବା ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି । ବିଧାନସଭାରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପସ୍ଥାପନ କରି ସମାଧାନ କରିବା ବଦଳରେ ଏଭିଳି ଆଚରଣ ଦେଖାଉଛନ୍ତି ବିଜେପି ବିଧାୟକ । ଏହି ଘଟଣାକୁ ନେଇ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି ପବିତ୍ର ଗୃହରେ ବାଚସ୍ପତି ହେଉଛନ୍ତି ସର୍ବୋଚ୍ଚ କର୍ତ୍ତା ଏବଂ ତାଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟଚାଲିଥାଏ । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଲଢେଇ କରି ସଫଳ ହେବା ପରେ ରାଜ୍ୟର ଯେତେ ମହିଲା ମା’ ମାନେ ଅଛନ୍ତି ସମସ୍ତେ କୃତଜ୍ଞନା ଜନାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି