କଟକର ମହିଳା ଲିପସା ସ୍ୱାଇଁ ସାମଲଙ୍କୁ ନେଇ ଚର୍ଚା

 ଦିଲ୍ଲୀରେ ଆୟୋଜିତ ମିସେସ୍ ଇଣ୍ଡିଆ ସୋରେ ଭାଗ ନେଇ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ଲିପସା । ବାଙ୍ଗାଲୋରର  ସଫ୍ଟୱୟାର ଇଞ୍ଜିନିୟର ଲିପସା ୧୨ ବର୍ଷ ପୂର୍ବେ ବିବାହ କରିଥିଲେ । ଏବେ ତାଙ୍କର ଗୋଟିଏ ୯ ବର୍ଷର ପୁଅ ଅଛି । ମାତୃତ୍ୱ ଲାଭ କରିବା ପରେ ମଧ୍ୟ ନିଜକୁ ଢେର ଫିଟ୍ ରଖି ପାରିଛନ୍ତି ଲିପସା । ନିକଟରେ ସେ ହାସଲ କରିଥିବା ମିସେସ୍ ଇଣ୍ଡିଆ ପ୍ରତିଯୋଗୀତାରେ ପାଇଥିବା ସଫଳତାରୁ ତାହା ପ୍ରମାଣିତ ହୋଇଛି । ଲିପସାଙ୍କ ଏହି ସଫଳତା ଏବେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି । ନିଜ ଇଛାକୁ ମନରେ ନ ମାରି ସଫଳତା ପାଇଁ ଚେଷ୍ଟା କରିବା ଉଚିତ୍ ବୋଲି କୁହନ୍ତି ଲିପସା । ୩୮ ବର୍ଷ ବୟସରେ ମଧ୍ୟ ଗ୍ଳାମର ଦୁନିଆରେ ଚମକିଛନ୍ତି କଟକର  ମହିଳା ଲିପସା ସ୍ୱାଇଁ ସାମଲ ।