ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରାହିଛି । ହୀରାକୁଦର ଡ୍ୟଅମର ଉପରମୁଣ୍ଡାରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ଏନେଇ ଆଜି ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ ଖୋଲାଯିବ ବୋଲି ସୂଚନା ମିଳିଛି । ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ ରହିଥିଲା । କିନ୍ତୁ ଲଘୁଚାପର ପ୍ରଭାବରେ ଏହାର ଜଳସ୍ତର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଗେଟ ଖୋଲିବା ପାଇଁ ଆଦେଶ ଦେଇଛନ୍ତି । ପ୍ରତି ସେକେଣ୍ଡରେ ଜଳ ୪୭୪୬୬ କ୍ୟୁସେକ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଏହି ଅନୁପାତରେ ୩୪୭୬୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ମଧ୍ୟ ହେଉଛି । ଆଗକୁ ୩ ଧରି ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଉପରି ନିଷ୍ପତି ନିଆଯାଇଛି ବୋଲି ହୀରାକୁଦ ବନ୍ଧର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ସୂଚନା ଦେଇଛନ୍ତି ।
Trending
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
Next Post