ଓଡ଼ିଶାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକୀୟ ସାର ଯୋଗାଣ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଚିଠି ଲେଖି ଦାବି କରିଛନ୍ତି। ରାଜ୍ୟରେ ଏବେ ସାର ଯୋଗାଣକୁ ନେଇ ଅବ୍ୟବସ୍ଥା। ମାର୍କଫେଡ୍ ଚାଷୀଙ୍କୁ ସାର ଯୋଗାଇବା ବଦଳରେ ଡିଲର୍ଙ୍କୁ ରିହାତି ଦରରେ ସାର ବିକୁଛି। ଚାଷୀ ଯେଉଁ ସମୟରେ ବିଲରେ କାମ କରିବା କଥା, ସାର ନଥିବାରୁ ରାସ୍ତାରେ ଆନ୍ଦୋଳନ କରୁଛି। ଓଡ଼ିଶାରେ ୭.୯୪ଲକ୍ଷ ଟନ୍ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଥିବାବେଳେ ଚାଷୀ କିନ୍ତୁ ସାର ପାଉନି। ୟୁରିଆ ସରକାରୀ ଦର ଠାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। ସାରା ରାଜ୍ୟରେ ଏବେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ହେଉଛି। ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀକୂଳ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ଏଭଳି ସ୍ଥିତିରେ କଳାବଜାରୀକୁ ତୁରନ୍ତ ରୋକାଯାଉ, ସମବାୟ ସମିତି ମାଧ୍ୟମରେ ଯେଉଁ ସରକାରୀ ଅଧିକାରୀ, ଡିଲରମାନେ କଳାବଜାରୀ କରୁଛନ୍ତି ସେମାନଙ୍କୁ ଧରି ଦଣ୍ଡ ଦିଆଯାଉ। କୃଷି ଓଡ଼ିଶା ଅର୍ଥନୀତିର ମୁଖ୍ୟ ଆଧାର ଓ ଆମର ୭୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି। ୨୦୦୦ମସିହାରେ ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ପାଲଟିଛି। କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡ଼ିଶାକୁ ଏ ସଫଳତା ଆଣି ଦେଇଥିଲା। କିନ୍ତୁ ସ୍ଥିତି ଏବେ ସଙ୍ଗିନ୍।
Trending
- ୭୯ ବର୍ଷରେ ପାଦ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- କାହିଁକି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡ଼ି
- ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ
- ସ୍ନେହାଙ୍ଗିନୀ ଛୁରିଆ ହେବେ ବିଜେଡି ପ୍ରାର୍ଥୀ
- ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି
- ୫୭ ଆସନ ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
- ବିଶାଖାପାଟଣାରେ ଗୁଗୁଲ୍ ଏଆଇ ହବ୍
- ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁଙ୍କୁ ଗିରଫ
- ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ
- EPFO ସଦସ୍ୟମାନେ ୧୦୦% ଟଙ୍କା ଉଠାଣ କରିପାରିବେ
Prev Post
Next Post