ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୩ ଗିରଫ
କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ପୁଲିସ ଏହି ମାମଲାରେ ଜଣେ ନାବାଳକ ସମେତ ୪ ଜଣଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଲଥିପାଲି ଗାଁର ଅବିନାଶ ଦଳେଇ, ଗୁମର ନାଏକ ଓ ବଲାଙ୍ଗୀର ବରପାଲିପଡ଼ାର ଆଦିତ୍ୟ ଜେନା (ରକି)। ନାବାଳକକୁ ଅଟକ ରଖାଯାଇଛି। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳେଇ ଫେରାର୍ ରହିଛି। ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଗିରଫ ହେବେ ବୋଲି ଏସ୍ପି ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।