ସକାଳ ୯ଟାରେ ପୁଣି ଟଣାଯିବ ରଥ
ପୁରୀ: ଶରଧାବାଲିରେ ଲାଗିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ । ମା ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ପାଖରେ ଅଟକିରହିଛି । ସେହିପରି ମାଉସୀ ମାଆ ମନ୍ଦିର ନିକଟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକିରହିଛି । ରାତି ହୋଇଯିବାରୁ ରଥଟଣା ସ୍ଥଗିତ ରଖାଯାଇଛି । ଆଜି ସକାଳ ୯ ଟାରେ ପୁଣିଥରେ ଆରମ୍ଭ ହେବ ରଥଟଣା । ମା ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହେବ ।
ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ର କିଛି ଦୃଶ୍ୟ ।
Taladhwaja Ratha pulling of Badathakura Shree Balabhadra.#RathaYatra2023#JayJagannatha pic.twitter.com/cKFTkk10EP
— Shree Jagannatha Temple, Puri (@JagannathaDhaam) June 20, 2023
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ସାନ ଭାଇ ଭଉଣୀଙ୍କୁ ପଛରେ ପକାଇ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ବଡ଼ଠାକୁର ବଳଭଦ୍ର । ବଡ଼ଦାଣ୍ଡରରେ ଲକ୍ଷଲକ୍ଷ ଲୋକ ତିନିଠାକୁରଙ୍କ ଟିକିଏ ଝଲକ ପାଇ ତୃପ୍ତ ଅନୁଭବ କରିଛନ୍ତି । ବର୍ଷକ ପରେ ପ୍ରଭୁ ନିଜେ ଭକ୍ତଙ୍କୁ ଦେଖାଦେବାକୁ ଲୋକଙ୍କ ଗହଣକୁ ଆସିଛନ୍ତି । ରତ୍ନବେଦୀ ଛାଡ଼ି ମାଉସୀ ମା ଅଭିମୁଖେ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂରତୀ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିବାର କିଛି ଅପୂର୍ବ ଦୃଶ୍ୟ ।
Some beautiful images of 'Nandighosha' chariot pulling of 'Mahaprabhu Shree Jagannath'.#JayJagannatha#RathaYatra2023 pic.twitter.com/Y7vuhlfpi8
— Shree Jagannatha Temple, Puri (@JagannathaDhaam) June 20, 2023