ରାସ୍ତା ମଝିରେ ଜଳିଲା ଚଳନ୍ତା କାର୍
ମେଟ୍ରୋ ଟିଭି ଓଡିଶା,୧୯/୧: ରାସ୍ତା ମଝିରେ ଚଳନ୍ତା କାର୍ରେ ଲାଗିଲା ନିଆଁ । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ମଧୁପାଟଣାରେ ଓଭର ବ୍ରିଜ୍ ଉପରେ ହୁତୁ ହୁତୁ ହୋଇ କାର୍ଟି ଜଳିଯାଇଥିଲା। କାର୍ ଭିତରେ ଦୁଇ ଜଣ ବସିଥିଲେ। ତେବେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ କିଭଳି ଲାଗିଲା ସେ ନେଇ ସୂଚନା ମିଳିନି।