ରାଜ୍ୟରେ ବଢିବ ଶୀତ
ମେଟ୍ରୋ ଟିଭି ଓଡିଶା,୧୫/୧: ରାଜ୍ୟରେ ଏବେ ବଦଳିବ ପାଗ । ବର୍ଷା ସରବା ପରେ ଏବେ ଶୀତର ପ୍ରକୋପରେ ଥରିବ ସାରା ଓଡିଶା । ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।ଆଜି କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ସୂଚନା ଅନୁସାରେ ଦକ୍ଷିଣ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ ୧୬ରୁ ୧୮ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । କିଛି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ଭିଜୁଛି ଧାନ । ବର୍ଷା ଲାଗି ରହିଥିବାରୁ କ୍ଷେତରେ ପନିପରିବା ଓ ଡାଲି ଜାତୀୟ ଫସଲ କ୍ଷୟକ୍ଷତି ହୋଇଛି ।