ଓଡ଼ିଶାକୁ ବିକଶିତ ଓ ସମୃଦ୍ଧ କରି ଗଢିତୋଳିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ସ୍ବପ୍ନ ଓ ନିର୍ଦ୍ଦେଶକୁ ବାସ୍ତବତାର ରୂପ ଦେଇଛନ୍ତି ପାଣ୍ଡିଆନ । 5T ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବା ସହ ପ୍ରଶାସନିକ ବ୍ୟବସ୍ଥାରେ ଲୋକଙ୍କୁ ସହଜରେ, ସୁବିଧାରେ, ସମୟ ଅନୁସାରେ ସେବା ପ୍ରଦାନର ପ୍ରତିଶ୍ରୁତିବଦ୍ଧତାକୁ ଅନୁପାଳନ କରିଥିଲେ ପାଣ୍ଡିଆନ । 5Tରେ ଥିବା ପ୍ରଥମ Tର ଅର୍ଥ ହେଲା ଟ୍ରାନ୍ସପେରେନ୍ସି ବା ସ୍ବଚ୍ଛତା ।ଶାସନରେ ସ୍ବଚ୍ଛତା ଉପରେ ଦିଆଯାଇଥିଲା ପ୍ରଥମ ଗୁରୁତ୍ୱ । ଦ୍ବିତୀୟ ଟି’ର ଅର୍ଥ ହେଲା, ଟିମ୍ ଓ୍ବାର୍କ ବା ସମ୍ମିଳିତ ଉଦ୍ୟମ । ତୃତୀୟ ଟି’ର ଅର୍ଥ ହେଲା ଟେକ୍ନୋଲୋଜି ବା ଜ୍ଞାନକୌଶଳ । ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସରକାରୀ କାର୍ଯ୍ୟକୁ ସହଜ କରାଇ ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ଏହାର ଉଦ୍ଦେଶ୍ୟ । ଚତୁର୍ଥ ଟି’ର ଅର୍ଥ ହେଲା, ଟାଇମ ବା ସମୟାନୁବର୍ତ୍ତିତା । ଏକ ନିର୍ଦ୍ଦିଷ୍ଟ ସମୟରେ ଲୋକଙ୍କର କାର୍ଯ୍ୟ ସଂପାଦନ କରିବା । ଏ ୪ଟି ଟିକୁ ମିଶାଇଲେ ପଞ୍ଚମ ଟିର ଆବିର୍ଭାବ, ଅର୍ଥାତ୍ ଟ୍ରାନ୍ସଫରମେସନ୍ ବା ରୂପାନ୍ତରଣ । ଓଡ଼ିଶାର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିଛନ୍ତି ପାଣ୍ଡିଆନ ।ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରି ପ୍ରତିଟି ସମୟକୁ ଓଡ଼ିଶାର ବିକାଶରେ ବିନିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କ ଦୁଆରେ ଦୁଃଖ ଶୁଣିଛନ୍ତି । ପ୍ରତିଟି ସମସ୍ୟାକୁ ଅନ ଦି ସ୍ପଟ୍ ସମାଧାନ ହେଉ କି ବିକାଶ ପାଇଁ ତ୍ବରିତ ପଦକ୍ଷେପ ନେବାରେ ପାଣ୍ଡିଆନଙ୍କ ଭୂମିକା ଅତୁଳନୀୟ । ଏପରିକି କାଳିମାଡ଼ ଓ ଅଣ୍ଡାମାଡ଼କୁ ଖାତିର ନକରି ନୂଆ ଓଡ଼ିଶା ଗଠନ ପାଇଁ ହସିହସି ସବୁ ବାଧାବିଘ୍ନକୁ ସହିଯାଇଛନ୍ତି ପାଣ୍ଡିଆନ ।
Trending
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି