ମହାନଦୀରେ ବିଶାଳକାୟ କୁମ୍ଭୀର : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ମହାନଦୀରେ ବିଶାଳକାୟ କୁମ୍ଭୀର : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ମେଟ୍ରୋ ଟିଭି ଓଡିଶା,୨୮/୧ : ମହାନଦୀରେ କୁମ୍ଭୀର । ମଧୁସୂଦନ ସେତୁ ପାଖରେ ଥିବା ବାଲି ପାଖରେ ଶୋଇଛି ବିଶାଳ କୁମ୍ଭୀର । ଦେଖିବାକୁ ମିଳିଛି କଟକ ଜିଲ୍ଲାର ଚୌଦ୍ୱାରରେ । ଯାହାକୁ ନେଇ ଆଖାପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।


ସୂଚନାନୁସାରେ, ଶୁକ୍ରବାର ମହାନଦୀର ମଧୁସୁଦନ ସେତୁ ନିକଟରେ ଏକ କୁମ୍ଭୀର ଶୋଇଥିବା ଦେଖିବାକୁ ମିଳିଥିଲା । ଏହା ନୂଆପଡା ପାଖ ବାଲି ନିକଟରେ ଥିବା ପ୍ରଥମେ କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ସେମାନେ ବନ ବିଭାଗକୁ ଜଣାଇଥିଲେ । କୁମ୍ଭୀରଟି କେଉଁଠି ଭାସି ଆସିଥିବା ଅନୁମାନ କରାଯାଉଛି । ତେବେ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।