ମଦ ନୀତି ଅନୁଧ୍ୟାନ କରିବେ ସରକାର
ମଦକୁ ନେଇ ରାଜ୍ୟ ସରକାର ନୂଆ ନୀତି ଆଣିବେ । ପୂର୍ବରୁ କୁହାଯାଉଥିଲା ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି ଦଳ ୪ ରାଜ୍ୟକୁ ପଠାଯାଇଛି।ଓଡ଼ିଶାରେ ମଦ ନୀତି ନିୟନ୍ତ୍ରଣକୁ ପୁନଃନିର୍ମାଣ କରିବା ପାଇଁ ଆଗାମୀ ତିନିବର୍ଷିଆ ମଦ ନୀତି ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ, ଜୁନ୍ ୧୫ ରୁ ଜୁନ୍ ୨୦ ମଧ୍ୟରେ ଲାଗୁ ହେବାର ଯୋଜନା ରହିଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଶ୍ଚିତ କରିଛନ୍ତି।