ଭାରତ ଭିତରେ ପାକିସ୍ତାନର ଗୁପ୍ତଚର
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ୟୁଟ୍ୟୁବର ଏବେ ଚର୍ଚାରେ । ଯେଉଁମାନଙ୍କୁ ଟଙ୍କାର ଲୋଭ, ମିଛ ପ୍ରତିଶ୍ରୁତି, ସୋସିଆଲ ମିଡିଆର ଜାଲ, ପାକିସ୍ତାନକୁ ବୁଲିଯିବାର ଲୋଭ ଦେଖାଇ ସେମାନଙ୍କ ଠାରୁ ଗୁପ୍ତ ତଥ୍ୟ ନିଆଯାଉଥିଲା । ୨୦ରୁ ୩୦ ବର୍ଷ ମଧ୍ୟରେ ଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଏକ ନେଟୱର୍କ କାମ କରୁଥିଲା । ଏବେ ଜଣଙ୍କ ପରେ ଜଣେ ଗିରଫ ହେଉଛନ୍ତି ।
ଗତ କିଛି ଦିନ ଭିତରେ ପାକିସ୍ତାନର ଗୁପ୍ତଚର ସନ୍ଦେହରେ ଯେଉଁ ୧୧ ଜଣଙ୍କୁ ଗିରଫ କରାଯାଇଛି ସେମାନେ ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଜ୍ୟୋତି ମାଲହୋତ୍ରାଙ୍କ ସମେତ, ହରିଆଣାର ଦେବେନ୍ଦ୍ର ସିଂହ, ନୋମାଲ ଇଲାହୀ, ଅରମାନ । ପଞ୍ଜାବର ଗଜାଲା, ୟାମିନ ମହମ୍ମଦ, ମହମ୍ମଦ ମୁତେଜା ଅଲ୍ଲୀ ଭଳି ଅନେକଙ୍କୁ ଗିରଫ କରାଯାଇଛି । ଏପଟେ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ପୁରୀର ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି ।