ଖୁବଶୀଘ୍ର କଟକର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରାଯିବା ସହିତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ ବିଧାନସଭାର ପ୍ରଶ୍ନକାଳ ଅବସରରେ ଏକ ପ୍ରଶ୍ନର ଉତ୍ତରରେ ଏନେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।ରାଜ୍ୟର ଭଦ୍ରକରେ ନେହରୁ ଷ୍ଟାଡିୟମ ଓ ସନ୍ତରଣ କେନ୍ଦ୍ର, ଢେଙ୍କାନାଳରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ସିନ୍ଥେଟିକ ଟ୍ରାକ, ଫୁଟବଲ ପଡ଼ିଆ, ହକି ତାଲିମ କେନ୍ଦ୍ର, ସନ୍ତରଣ କେନ୍ଦ୍ର, ବରଗଡ଼ରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି, ବାଲେଶ୍ୱରରେ ସନ୍ତରଣ କେନ୍ଦ୍ର ନିର୍ମାଣ କରାଯିବ । ଏଥିସହିତ ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, ଯାଜପୁର ଓ ଝାରସୁଗୁଡ଼ାରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ ।
Trending
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
Prev Post
Next Post