ସଙ୍କଟରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ। ଏସିଆ ର ଦ୍ୱିତୀୟ ସର୍ବ ବୃହତ୍ତ ମାଟିବନ୍ଧ ହେଉଛି ବାଲିମେଳା ଜଳ ଭଣ୍ଡାର।ଆଉ ଏହି ଜଳ ରୁ ବାଲିମେଳା ବୃହତ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ଅନଭିଜ୍ଞ ଲୋକଙ୍କ ହାତରେ ଟେକିଦେଇଛି OHPC। ଯାହାର ପରିଣାମ ଭୋଗୁଛି ଆଜି OHPC। ଭୁଲ ପରିଚାଳନା ଯୋଗୁଁ ୫୦ ବର୍ଷର ପୁରୁଣା ଟରବାଇନ ସମ୍ପୂର୍ଣ୍ଣ ନଷ୍ଟ। କୋଟି କୋଟି ଟଙ୍କା ଟଙ୍କାର କ୍ଷତି ହୋଇଛି OHPC ସମ୍ପତ୍ତି । ତେବେ ଏଥିପାଇଁ ଦାୟୀ କିଏ।ସେପଟେ OHPC ଅଧିକାରୀ କହିଛନ୍ତି ଟରବାଇନ ପୁରୁଣା ହେବାରୁ ପର୍ଯ୍ୟାୟ କ୍ରମେ ମରାମତି କାମ ଚାଲିଛି ।ମାଲକାନଗିରି ଜିଲ୍ଲାର ବାଲିମେଳା ନଦୀବନ୍ଧ, ଚିତ୍ରକୋଣ୍ଡା ଠାରେ ସିଲେରୁ ନଦୀଉପରେ ହେବାପାଇଁ ୧୯୬୨ ମସିହାରେ ଓଡିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ଉଦ୍ୟମରେ ୨୪ କୋଟି ଟଙ୍କା ଅଟକଳରେ ନିର୍ମାଣ ହେବାପାଇଁ ରାଜିନାମା ହେଲା । ତତ୍ପରେ ଏହି ଜଳ ଭଣ୍ଡାରରୁ ଜଳକୁ ବ୍ୟବହାର କରିବାପାଇଁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରି ବିଦ୍ୟୁତ୍ ଉତ୍ପାଦନ ପାଇଁ ସେତେବେଳର ସୋଭିଏତ ୟୁନିଅନ ସାହାଯ୍ୟରେ କାର୍ଯ୍ୟ ଆରମ୍ଭ କରାଗଲା । ଏଥିପାଇଁ ସେହି ଖର୍ଚ୍ଚ ଅଟକଳକୁ ୧୯୭୨ ମସିହାରେ ପରିବର୍ତ୍ତନ କରାଯାଇ ୪୬.୩୦ କୋଟି ଟଙ୍କା କରାଗଲା ତତ୍ ପରେ ଏହି ଖର୍ଚ୍ଚ ଅଟକଳକୁ ୧୯୭୫ ମସିହାରେ ପରିବର୍ତ୍ତନ କରାଯାଇ ୫୨.୧୪ କୋଟି ଟଙ୍କା କରାଗଲା ।ବାଲିମେଳା ଜଳଭଣ୍ଡାରରୁ ଜଳ ୪ କି.ମି ଲମ୍ଵ ପ୍ରେସର ଟନେଲ ଯାଇ ୨୦ ମିଟର ବ୍ୟାସ ଓ ୭୯ ମିଟର ଗଭୀର ସର୍ଜ ଟ୍ୟାଙ୍କରେ ପଡିଛି । ସର୍ଜ ଟ୍ୟାଙ୍କରୁ ୩.୭ ମିଟର ବ୍ୟାସ ବିଶିଷ୍ଟ ସ୍ଟିଲ ପେନଷ୍ଟକ ଭଲବ ହାଉସ୍ ପର୍ଯ୍ୟନ୍ତ ନିଆଯାଇ ଭଲବ ହାଉସ୍ ରୁ ୮ଟି ପେନଷ୍ଟକରେ ପାୱାର ହାଉସ ପର୍ଯ୍ୟନ୍ତ ଯାଇଛି । ଏହି ନଦୀବନ୍ଧ ଯୋଜନା ସମୁଦାୟ ୪୯୦୮ ବର୍ଗ କି.ମି . କୁ ବ୍ୟାପିଛି |
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post