ସଙ୍କଟରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ। ଏସିଆ ର ଦ୍ୱିତୀୟ ସର୍ବ ବୃହତ୍ତ ମାଟିବନ୍ଧ ହେଉଛି ବାଲିମେଳା ଜଳ ଭଣ୍ଡାର।ଆଉ ଏହି ଜଳ ରୁ ବାଲିମେଳା ବୃହତ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ଅନଭିଜ୍ଞ ଲୋକଙ୍କ ହାତରେ ଟେକିଦେଇଛି OHPC। ଯାହାର ପରିଣାମ ଭୋଗୁଛି ଆଜି OHPC। ଭୁଲ ପରିଚାଳନା ଯୋଗୁଁ ୫୦ ବର୍ଷର ପୁରୁଣା ଟରବାଇନ ସମ୍ପୂର୍ଣ୍ଣ ନଷ୍ଟ। କୋଟି କୋଟି ଟଙ୍କା ଟଙ୍କାର କ୍ଷତି ହୋଇଛି OHPC ସମ୍ପତ୍ତି । ତେବେ ଏଥିପାଇଁ ଦାୟୀ କିଏ।ସେପଟେ OHPC ଅଧିକାରୀ କହିଛନ୍ତି ଟରବାଇନ ପୁରୁଣା ହେବାରୁ ପର୍ଯ୍ୟାୟ କ୍ରମେ ମରାମତି କାମ ଚାଲିଛି ।ମାଲକାନଗିରି ଜିଲ୍ଲାର ବାଲିମେଳା ନଦୀବନ୍ଧ, ଚିତ୍ରକୋଣ୍ଡା ଠାରେ ସିଲେରୁ ନଦୀଉପରେ ହେବାପାଇଁ ୧୯୬୨ ମସିହାରେ ଓଡିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ଉଦ୍ୟମରେ ୨୪ କୋଟି ଟଙ୍କା ଅଟକଳରେ ନିର୍ମାଣ ହେବାପାଇଁ ରାଜିନାମା ହେଲା । ତତ୍ପରେ ଏହି ଜଳ ଭଣ୍ଡାରରୁ ଜଳକୁ ବ୍ୟବହାର କରିବାପାଇଁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରି ବିଦ୍ୟୁତ୍ ଉତ୍ପାଦନ ପାଇଁ ସେତେବେଳର ସୋଭିଏତ ୟୁନିଅନ ସାହାଯ୍ୟରେ କାର୍ଯ୍ୟ ଆରମ୍ଭ କରାଗଲା । ଏଥିପାଇଁ ସେହି ଖର୍ଚ୍ଚ ଅଟକଳକୁ ୧୯୭୨ ମସିହାରେ ପରିବର୍ତ୍ତନ କରାଯାଇ ୪୬.୩୦ କୋଟି ଟଙ୍କା କରାଗଲା ତତ୍ ପରେ ଏହି ଖର୍ଚ୍ଚ ଅଟକଳକୁ ୧୯୭୫ ମସିହାରେ ପରିବର୍ତ୍ତନ କରାଯାଇ ୫୨.୧୪ କୋଟି ଟଙ୍କା କରାଗଲା ।ବାଲିମେଳା ଜଳଭଣ୍ଡାରରୁ ଜଳ ୪ କି.ମି ଲମ୍ଵ ପ୍ରେସର ଟନେଲ ଯାଇ ୨୦ ମିଟର ବ୍ୟାସ ଓ ୭୯ ମିଟର ଗଭୀର ସର୍ଜ ଟ୍ୟାଙ୍କରେ ପଡିଛି । ସର୍ଜ ଟ୍ୟାଙ୍କରୁ ୩.୭ ମିଟର ବ୍ୟାସ ବିଶିଷ୍ଟ ସ୍ଟିଲ ପେନଷ୍ଟକ ଭଲବ ହାଉସ୍ ପର୍ଯ୍ୟନ୍ତ ନିଆଯାଇ ଭଲବ ହାଉସ୍ ରୁ ୮ଟି ପେନଷ୍ଟକରେ ପାୱାର ହାଉସ ପର୍ଯ୍ୟନ୍ତ ଯାଇଛି । ଏହି ନଦୀବନ୍ଧ ଯୋଜନା ସମୁଦାୟ ୪୯୦୮ ବର୍ଗ କି.ମି . କୁ ବ୍ୟାପିଛି |
Trending
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
Prev Post