ପ୍ରଥମ ଥର ଲୋକସେବା ଭବନରେ ବସିବେ ମୁଖ୍ୟମନ୍ତ୍ରୀ 

ଆଜିଠୁ ପ୍ରଥମ ଥର ପାଇଁ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି। ଲୋକସେବା ଭବନର ତୃତୀୟ ମହଲାରୁ ସେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବ ଭବନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ପାଛୋଟି ନେବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା ସମେତ ବହୁ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ ଏବଂ ଓଏଏସ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭଗ୍ୟ ସ୍ବାଗତ କରିଥିଲେ।ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭାବନରେ ରହି କାମ କରିୁଥିଲେ ମୁଖ୍ୟମନ୍ତ୍ରୀ ମୋହନ। ତାହା ତାଙ୍କର ଅସ୍ଥାୟୀ କାର୍ଯ୍ୟାଳୟ ଥିଲା।