ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ
ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ବାଲିପାଟଣା ଥାନା ଅଞ୍ଚଳର ଜ୍ୟୋତି ରଞ୍ଜନ ମାଟିଆଙ୍କୁ ସମ୍ପତ୍ତି ବଣ୍ଟାକୁ ନେଇ ତାଙ୍କ ପରିବାର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ବାପା, ସାବତ ମା’ ଓ ସାବତ ଭାଇ ପେଟ୍ରୋଲ ଢାଳି ତାଙ୍କୁ ନିଆଁ ଲଗାଇ ଦେଇଥିବା ମୃତ୍ୟୁ ପୂର୍ବରୁ ବୟାନ ଦେଇଥିଲେ ଯୁବକ । ସମ୍ପତ୍ତି ପାଇଁ ବାପା, ସାବତ ମାଆ ଓ ସାନ ଭାଇଙ୍କୁ ପେଟ୍ରୋଲ ଢାଳି ମାରିଦେଇଥିବା ଜ୍ୟୋତି ଗୁରୁତର ଅବସ୍ଥାରେ ବୟାନ ଦେଇଥିଲେ | ରାତି ପ୍ରାୟ ୪ ଟାରେ ଏମ୍ସରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଥିବା ସମ୍ପର୍କୀୟ କହିଛନ୍ତି | ପୁଲିସ ବାପା ସୁରେନ୍ଦ୍ର ନାଥ ମଠିଆ, ସାନ ପୁଅ ପ୍ରଶାନ୍ତ ମଠିଆଙ୍କୁ ଥାନାରେ ଅଟକ ରଖିଛି | ତେବେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜ୍ୟୋତି ନିଜେ କହିଛନ୍ତି |