ପୁରୁଷ ବନ୍ଧୁ ଗିରଫ
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ । ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ। ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ କରି ବିଏନଏସର ଧାରା 296, 75, 78, 108, 66e, 67a ପରି ସଂଗୀନ ଦଫା ପୁରୁଷ ବନ୍ଧୁଙ୍କ ଉପରେ ଲଗାଇଛି ପୋଲିସ।
ଝିଅକୁ ପ୍ରେମିକ ମାନସିକ ନିର୍ଯାତନା ଦେଇଥିବା କାରଣରୁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା। ସେପଟେ ଏସପିଙ୍କ ଅଫିସରେ ତନାଘନା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାର।
ଘଟଣାର ସମ୍ପୂର୍ଣ ସତ୍ୟାସତ୍ୟ କେବେ ଆସିବ ସେହି ପ୍ରଶ୍ନର ଉତ୍ତର ଦେଇ ଏସପି କହିଛନ୍ତି ଯେ, ତଦନ୍ତ ନେଇ ସମସ୍ତ ତଥ୍ୟ ଜଣାଇବେ। ପୋଲିସ କିଛି ଠୋସ୍ ପ୍ରମାଣ ପାଇଥିବା ଜଣାପଡୁଛି। ସେଥିପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଏବେ ବି ରହସ୍ୟ ଉପରୁ ପରଦା ଉଠିପାରିନାହିଁ। କାଠିଆପଡାରେ ଗତ ବୁଧବାର ଦିନ ଛାତ୍ରୀ ଜଣକ ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ବାପା ପୋଲିସ ନିକଟରେ ସେହି ଦିନ ପ୍ରଥମ ଲିଖିତ ଏତଲା ଦେଇଥିଲେ।