ପୁରୀ ଧାମରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର

ପୁରୀରେ ହେବ ଅନ୍ତର୍ଜାତୀୟ ଗ୍ରୀନ ଫିଲ୍ଡ ଏୟାରପୋର୍ଟ। ହେଲେ ଏଥିପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ କେହି ସାମିଲ ହୋଇନଥିଲେ। ତେଣୁ ବିମାନ ବନ୍ଦର ନିମାର୍ଣ ନେଇ ଆଶଂକା ବଢିଥିଲା। ତେବେ ଭୁବନେଶ୍ବରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନସ ମିଳିସାରିଛି। ବିମାନ ବନ୍ଦର କାମ ଆଗକୁ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏବଂ ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସବୁ ପ୍ରକାର ସହଯୋଗ କରିବ ।