ପୁଣି ଜଳିଗଲେ ଛାତ୍ରୀ: ପ୍ରେମିକ କରୁଥିଲା ବ୍ଲାକ୍ ମେଲ୍
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଡପଡ଼ା ଅଞ୍ଚଳରେ ଜଣେ ଯୁକ୍ତ ତିନି ଛାତ୍ରୀ କିରାସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ଅଶ୍ଳୀଳ ଫଟୋ ଭାଇରାଲ କରି ଛାତ୍ରୀଙ୍କୁ ପ୍ରେମିକ ବ୍ଲାକମେଲ କରୁଥିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପରିବାର ଲୋକ କହିଛନ୍ତି । ବ୍ଲାକମେଲର ଶିକାର ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଏନେଇ ହୋଇଥିଲା ଏତଲା । ତେବେ ଘରେ କେହି ନଥିବା ବେଳେ ସେ ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ପୀଡ଼ିତା ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ, ସଂପୃକ୍ତ ଯୁବକ ବ୍ଲାକମେଲିଂ କରୁଥିବା ନେଇ ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ବରୁ ହୋଇଥିଲା ଏତଲା। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଯାହାକୁ ନେଇ ମାନସିକ ଚାପରେ ଥିଲେ ପୀଡ଼ିତା।
ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୃତ ଯୁବତୀଙ୍କ ବାପା ଓ ମା’ଙ୍କ ସହିତ କଥା ହୋଇଛି। ଯୁବତୀ ଯେତେବେଳେ ଜଳି ଯାଇଥିଲେ, ତାଙ୍କର ବାପା କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। କିନ୍ତୁ ସେମାନେ ଶତ ଚେଷ୍ଟା କରି ମଧ୍ୟ ଯୁବତୀଙ୍କୁ ବଞ୍ଚାଇ ପାରି ନଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ପୁଲିସ କର୍ମଚାରୀ ତଥା ପଳେଇବାବୁ ଯଦି ଅଭିଯୋଗ ରଖିନଥିବେ ଏହାର ତଦନ୍ତ ହେବ। ତଦନ୍ତ ପରେ ସବୁ ସତ ପଦାକୁ ଆସିବ। ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।