ପିପିଲି ରେ ପୁଣି ଜଳିଗଲେ ଜଣେ ମହିଳା
ପିପିଲିରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ଜଣେ ମହିଳା। ପିପିଲି ଜୟପୁର ଛକ ନିକଟରେ ଥିବା ଭଡ଼ା ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଜି ସଂଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିଲେ ମହିଳା ଜଣକ। ମହିଳାଙ୍କ ଘର ପିପିଲି ଦରଜି ସାହିରେ ବୋଲି ଜଣାପଡ଼ିଛି। ସେ ଜୟପୁର ଚକ ନିକଟରେ ଥିବା ଭଡ଼ା ଘରେ ରହୁଥିଲେ। ପିପିଲି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଶରୀରର 70 ପ୍ରତିଶତ ପୋଡି ଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି। ଗତକାଲି ଗୁରୁତର ଅବସ୍ଥାରେ ପିପିଲି ମେଡିକାଲ ରେ ଭର୍ତି ହେବାପରେ ସେଠାରୁ, ଡାକ୍ତର ଭୁବନେଶ୍ୱର କୁ ରେଫର କରିଛନ୍ତି । ଘଟଣା ଟି ପିପିଲି ଜୟପୁର କିଲା ର ଗୋଟେ ଭଡା ଘରେ ଘଟିଛି । ଗୁରୁତର ଅବସ୍ଥାରେ ଯେଉଁମାନେ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ ସେମାନଙ୍କର କହିବା କଥା କି ମହିଳା ଜଣଙ୍କ ସାନ୍ଧ୍ୟ ସମୟରେ ଘରେ ଧୂପ ଦେବା ସମୟରେ ଏଇ ଭଳି ଅଭାବନିୟ ଘଟଣା ଘଟିଛି । ସମ୍ପୃକ୍ତ ମହିଳା ଜଣକ ହେଉଛନ୍ତି ଅର୍ଚନା ଦାସ , ବୟସ 37 । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।