ନୟାପଲ୍ଲୀ ଜମି ଜବରଦଖଲ ଘଟଣାର ମାଷ୍ଟରମାଇଣ୍ଡ ରାଘବ ଜେନା ଗିରଫ

ଭୁବନେଶ୍ବର: ଶେଷରେ ଗିରଫ ହେଲା ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍  ରାଘବ ଜେନା । ଦେଢ଼ମାସ ଧରି ପୋଲିସ ସହ ଲୁଚକାଳି ଖେଳିବା ପରେ ରାଘବ ଜେନା ଗିରଫ ହୋଇଛି ।  ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ନୟାପଲ୍ଲୀ ଇସ୍କନ ମନ୍ଦିର ନିକଟସ୍ଥ ଦୋକାନ ଜମି ଦଖଲ ପାଇଁ  ବ୍ୟାପକ ଭଙ୍ଗାରୁଜା  ଘଟଣାର ମାଷ୍ଟରମାଇଣ୍ଡ ରାଘବ ଜେନାକୁ ପୋଲିସ ପୁରୀ ଜିଲ୍ଲାର ଏକ ପରିତ୍ୟକ୍ତ ଘରୁ  ଗିରଫ କରିଛି  ।

YouTube player

ଗୁଣ୍ଡାମାନଙ୍କୁ ଲଗାଇ ଦୋକାନ ଘର ଭାଙ୍ଗିବା ଦିନଠାରୁ ପୋଲିସ ରାଘବ ଜେନାଙ୍କୁ ଖୋଜୁଥିବା ବେଳେ ରାଘବ ଜେନା ପୁଲିସକୁ ଚକମା ଦେଖାଇଆସୁଥିଲା ।  ତାକୁ ଧରିବା ପାଇଁ ୩ଟି ସ୍ପେଶାଲ ଟିମ୍‌ ମାସେରୁ ଅଧିକ ସମୟ ହେବ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ରାଜଧାନୀରେ ବିବାଦୀୟ ପ୍ଲଟ୍‌ ଓ ଘରକୁ ବାଉନସର ଲଗାଇ ରାତାରାତି ଭାଙ୍ଗୁଥିଲା ରାଘବ ଜେନା । ବାଉନସରଙ୍କୁ ନେଇ ଗ୍ୟାଙ୍ଗ ଗଢ଼ିଥିଲା । ମାର୍ଚ୍ଚ ମାସରେ ନୟାପଲ୍ଲୀ ଅଞ୍ଚଳରେ ଦୁଇଟି ଦୋକାନକୁ ଶତାଧିକ ବାଉନ୍‌ସର ଲଗାଇ ଜେସିବି ଚଢ଼ାଇ ଭାଙ୍ଗି ଦେଇଥିଲା ରାଘବ । ପୁରୀ ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ୧୯ ଜଣଙ୍କୁ ପୂର୍ବରୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।