ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା

ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଏଥିସହିତ ଆଜିଠୁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ଜୟ ଢ଼ୋଲକିଆ ବିଜେପିର ପ୍ରାର୍ଥୀ ହେବ ଥୟ । ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ ହେବେ । ବିଜେଡ଼ି ଆଜି ନାମ ଘୋଷଣା କରିପାରେ ।  ତେବେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ କରିପାରିବେ । ଏହାପରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ନିର୍ବାଚନ କମିସନଙ୍କ ଘୋଷଣା ମୁତାବକ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଆଉ ୧୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ଏ ସବୁ ପ୍ରକ୍ରିୟା ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a comment