ନବ ଦାସଙ୍କ ମୃତ୍ୟୁ ନେଇ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସିବିଆଇ ତଦନ୍ତ ଦାବି କରାଯାଇ ଏହି ମାମଲା ଦାୟର କରିଛନ୍ତି ଭାରତୀୟ ବିକାଶ ପରିଷଦ। ଆଜି ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳିକରି ହତ୍ୟା କଲା ତାହା ଜାଣିବାରେ ସକ୍ଷମ ହୋଇ ନାହିଁ। ଗୋପାଳ ଗୁଳି ମାରିଥିବା ନେଇ ସ୍ବୀକାର କରିଥିବା ସଂପର୍କରେ କ୍ରାଇମବ୍ରାଞ୍ଚ କହିଥିବା ବେଳେ ହତ୍ୟାର କାରଣ ସଂପର୍କରେ କିଛି କହି ନଥିବା ଜଣାଯାଇଛି।