ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ

ଗତ କିଛି ଦିନ ଧରି ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ଚାଲିଛି । ନବ ଦାସଙ୍କ ହତ୍ୟା ପରେ ବିଜେଡିକୁ କଂଗ୍ରେସ ଓ ବିଜେପି ଟାର୍ଗେଟ କରୁଛନ୍ତି । ତେବେ ବିଜେପିର ଆନ୍ଦୋଳନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି ।  ସେ କହିଛନ୍ତି ରାଜ୍ୟରେ ଆଇନ କାନୁନ ଭୁଶୁଡିଯାଇଛି, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ  ୩୦୭ ମାଧ୍ୟମରେ ନାଲି ଆଖି ଦେଖାଯାଉଛି, କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ଅନେକ ପୁଲିସ କର୍ମୀ ପୁଲିସ ଡ୍ରେସରେ ନଥାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡ଼ ମାରିଛନ୍ତି, କିଛି ପୁଲିସ ଜୋତା ଖୋଲି ମାରୁଥିଲେ ଏସବୁ ଭିଡ଼ିଓରୁ ଆଇନଶୃଙ୍ଖଳା କେମିତି ଅଛି ତାହା ସ୍ପଷ୍ଟ ହୋଇପଡୁଛି’ ।

ଆଉ ଧର୍ମେନ୍ଦ୍ରଙ୍କ ଏହି ଆରୋପ ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।