ଦେବଗଡ଼ ଜିଲ୍ଲା ରିଆମାଳରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେଲାନାହିଁ

ଦେବଗଡ଼ ଜିଲ୍ଲା ରିଆମାଳରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇ ନାହିଁ।  ରିଆମାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଏହାକୁ ଆୟୋଜନ କରାଯାଉ ଥିବା ବେଳେ ଚଳିତ ବର୍ଷ ଏଠାରେ ଜାତୀୟ ପତାକା ମଧ୍ୟ ଉତ୍ତୋଳନ ମଧ୍ୟ କରାଯାଇ ନାହିଁ। ରିଆମାଳରେ ପ୍ରତ୍ୟେକ ବର୍ଷ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ମହାଆଡମ୍ବରରେ ପାଳିତ ହୋଇଥାଏ। ଅଧ୍ୟକ୍ଷ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥାନ୍ତି। ରିଆମାଳ ଜୁନିଅର କଲେଜ, ରିଆମାଳ ହାଇସ୍କୁଲ, ରିଆମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ବଡବାହାଳ, ତିମୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧରମପୁର ପ୍ରାଥମିକ ବିଦ୍ୟାଳୟ, ରିଆମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମେତ ବହୁ ସରକାରୀ, ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସୁକତାର ସହ ଯୋଗ ଦେଇ ପ୍ୟାରେଡ୍ କରିଥାନ୍ତି। ଏହା ପରେ ବିଭିନ୍ନ ନୃତ୍ୟ, କଳା ପ୍ରତିଯୋଗୀ ହୋଇଥାଏ। ବିଦ୍ୟାଳୟରେ ପ୍ରବନ୍ଧ, ଚିତ୍ର, ବକ୍ତୃତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥାଏ।