ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ଦଶହରା ପୂର୍ବରୁ ସରିବ କ୍ୟାମ୍ପସ ନିର୍ବାଚନ । ସେଥିପାଇଁ ଆରମ୍ଭ ହୋଇଛି ଆଗୁଆ ଆବେଦନ। ଗତକାଲି ସୁଦ୍ଧା ୯୮ ହଜାର ଛାତ୍ର ଛାତ୍ରୀ କରିଛନ୍ତି ଆବେଦନ ।

ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହୋଇଥିଲା ଯୁକ୍ତ ୩ ଆବେଦନ । ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଥିଲା ଯେ ପର୍ଯ୍ୟନ୍ତ ଯୁକ୍ତ ୨ ରେଜଲ୍ଟ ବାହାରିନାହିଁ ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

କାରଣ ଗତବର୍ଷ ଆଡମିସନ ପ୍ରକ୍ରିୟା ଶେଷ କରିବାକୁ ଡିସେମ୍ବର ହୋଇଯାଇଥିଲା । ତେଣୁ ଏଥର ଶୀଘ୍ର ନାମଲେଖା କରି ଜୁନରେ ସିଟ୍ ଆଲୋକେସନ ସହ ଜୁଲାଇ ୧୫ରୁ କ୍ଲାସ ଆରମ୍ଭ ହେବ।

Leave a comment