ଜବତ ହେଲା କିଲର ଥର୍
କାଲି ରାତିରେ ଜାତୀୟ ରାଜପଥ ଉପରେ ସ୍ପିଡ ଡ୍ରାଇଭ ବେଳେ ଘଟିଥିଲା ଦୁର୍ଘଟଣା। ଯେଉଁଥିରେ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜଟଣୀରୁ ଜବତ ହୋଇଛି ଗାଡି । ୧୫ କିଲୋମିଟର ଗୋଡ଼ାଗୋଡି ପରେ ଘଟାଇଥିଲା ଦୁର୍ଘଟଣା।
ମାମୁଁ ଘରୁ ମା ଓ ସାନ ଭାଇ ସହ ଘରକୁ ଫେରୁଥିଲା କୁନି ଝିଅ। ହେଲେ ରାସ୍ତା ପାର ହେବା ବେଳେ ଧକ୍କା ଦେଇଥିଲା ଥର। ମା, ଝିଅ ଓ ପୁଅଙ୍କୁ ବାଡେଇ ଦେଇ ପଳାଇଥିଲା ଥର। ଘଟଣାସ୍ଥଳରେ ୮ ବର୍ଷିୟ ଝିଅ ରେଶମା ରାଉଳର ମୃତ୍ୟୁ ହୋଇଥିବା ବେଳେ, ମା ରେବତୀ ରାଉଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସାନ ପୁଅଙ୍କୁ ମଧ୍ୟ ଭୁବନେଶ୍ଵର AIIMSରେ ଭର୍ତ୍ତି କରାଯାଇଛି । ସେପଟେ ଭି-2 ନିକଟରେ ଓଭର ବ୍ରିଜ୍ ନିକଟରେ ଓଭର ବ୍ରିଜ୍ କରିବାକୁ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି ।