ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନିର ରାଜ୍ୟ ସଂଯୋଜକ ଓ ବ୍ରାଞ୍ଚ ମ୍ୟାନେଜରଙ୍କୁ ୫ବର୍ଷର ଜେଲଦଣ୍ଡ
ବାଲେଶ୍ଵର: ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନିର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ଵର ଶାଖାର ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ ବର୍ଷ ଲେଖାଏଁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ମାନ୍ୟବର ବାଲେଶ୍ଵର ସ୍ୱତନ୍ତ୍ର ଓପିଆଇଡି କୋର୍ଟର ଜଜ ବିଶ୍ୱଜିତ ଦାସ। ଉଭୟଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅନାଦେୟ ହେଲେ ୨ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ତାଙ୍କ ରାୟରେ ଉଲ୍ଲେଖ ରହିଛି। ବିଭିନ୍ନ ସ୍କିମ ଯଥା ସାରଦା ରିୟଲିଟି ଓ ସାରଦା ଟୁର ଆଣ୍ଡ ଟ୍ରାଭେଲ୍ସ ଆଦିରେ ଟଙ୍କା ଲଗାଇ ୨୭୩୫ ଜଣ ଜମାକାରୀଙ୍କ ଠାରୁ ୪ କୋଟି ୧୬ ଲକ୍ଷ ଟଙ୍କା ଠକି ନେଇଥିଲା। ଠକେଇ ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁରେ ୧୨/୧୩ରେ ମାମଲା ରୁଜୁ ହୋଇଥିଲା।