ଖାଲିଥିବା ସରକାରୀ କ୍ୱାଟରରେ ଚଢ଼ାଉ କରିବ କମିସନରେଟ ପୁଲିସ

ଭୁବନେଶ୍ବର: ଖାଲିଥିବା ସରକାରୀ ଅଫିସରେ ଅପରାଧ ଘଟଣାକୁ ନେଇ ପୋଲିସ ଚିନ୍ତାରେ । ଲୋକମାନେ ଭଡ଼ା ନେଇ ଅପରାଧିକ କାର୍ଯ୍ୟ ବି କରୁଛନ୍ତି ।  ରାଜଧାନୀ ଭୁବନେଶ୍ବରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ଏକ ହତ୍ୟାକାଣ୍ଡ ଘଟଣାକୁ ନେଇ ଗଣମାଧ୍ୟମରେ  ମତ ରଖିଛନ୍ତି ଡିସିପି ପ୍ରତୀକ ସିଂହ। କହିଛନ୍ତି ଏସବୁ ଘରେ ଆଗାମୀ ଦିନରେ ଚଢ଼ାଉ ହେବ  । ଖାଲି ଥିବା ସରକାରୀ କ୍ୱାଟରରେ ଚଢ଼ାଉ କରିବ କମିସନରେଟ ପୁଲିସ। ସରକାରୀ କ୍ୱାଟରରେ ନିଶା କାରବାର ହେଉଥିବା ଖବର ମିଳିବା ପରେ ପୁଲିସ୍‌ ଏବେ  କାର୍ଯ୍ୟାନୁଷ୍ଠାନ ନେବାକୁ ତଦନ୍ତ ଆରମ୍ଭ କରିଛି। ଅପରେସନ ହ୍ବାଇଟ୍‌ ସ୍ପାଇଡର୍‌ ମାଧ୍ୟମରେ ପୁଲିସ ପେଟ୍ରୋଲିଂ କରି ଖାଲିଥିବା ସରକାରୀ କ୍ୱାଟର ଗୁଡିକରେ ଯାଞ୍ଚ କରିବ। ‌