କ୍ଲାସ ଭିତରେ ଛାତ୍ରୀଙ୍କ ଗାଲକୁ କାୁମୁଡି ଦେଲେ ଅଣଛାତ୍ର, ଥାନାରେ ମାମଲା
ପାରାଦ୍ୱୀପ: ପାରାଦ୍ବୀପର ଏକ କଲେଜରେ ପ୍ଲସ ୨ ପରୀକ୍ଷା ଚାଲିଥିବା ବେଳେ ହଠାତ କଲେଜ ଭିତରକୁ ପଶି ଆସିଲେ ଅଣଛାତ୍ର, କେହି କିଛି ବୁଝିବା ପୂର୍ବରୁ କଲେଜ ର ଜଣେ ପ୍ଲସ ୨ ଛାତ୍ରୀ ଙ୍କ ଗାଲକୁ କାମୁଡ଼ିଦେବା ସହିତ କରିଥିଲେ ଟଣା ଓଟରା । ଏହାକୁ ନେଇ ଥାନାରେ ମାମଲା ହୋଇଛି । ପୂର୍ବରୁ ମଧ୍ୟ ଉକ୍ତ ଛାତ୍ରୀଙ୍କୁ ହଇରାଣ କରାଯାଉଥିବା ତାଙ୍କ ବାପା କହିଛନ୍ତି । ଏଭଳି ଘଟଣା ଘଟିବା ପରେ ଉତ୍ୟକ୍ତ ଛାତ୍ରଛାତ୍ରୀ ମାନେ ଉକ୍ତ ଅଣଛାତ୍ରକୁ କଲେଜ ବାହାରକୁ ଘୋଷାରି ନେଇ ମାଡ ମାରିଥିବା ଖବର ସାମ୍ନାକୁ ଆସିଛି ପାରାଦୀପ କଲେଜ ରୁ । ସମୃକ୍ତ ଘଟଣା ପରେ ଛାତ୍ରଛାତ୍ରୀ ଓ କଲେଜ କର୍ତୃପକ୍ଷ ଙ୍କ ତରଫରୁ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟକ ଥିବା ଅଣଛାତ୍ରକୁ ଗିରଫ କରିଥିବା ସୂଚନା ମିଳିଛି । ଅଣଛାତ୍ର ଜଣକ ପୂର୍ବରୁ ଛାତ୍ରୀ ଜଣଙ୍କୁ କମେଣ୍ଟ କରିବା ନେଇ ଛାତ୍ରୀ ର ବାପା ଉକ୍ତ ଅଣଛାତ୍ର ର ବାପା ଙ୍କୁ ଅବଗତ କରିବା ସହିତ ଉଭୟ ପକ୍ଷ ଙ୍କ ଆଲୋଚନା ପରେ ଘଟଣା ର ସମାଧାନ ହୋଇଥିଲେ ମଧ୍ୟ ଏପରି ଘଟଣା ଘଟିଛି । ଛାତ୍ରୀଙ୍କ ପିତା ନ୍ୟାୟ ଭିକ୍ଷା କରିଛନ୍ତି । କଲେଜ ଭିତରକୁ ଅଣଛାତ୍ରମାନଙ୍କ ପ୍ରବେଶ ନିସେଦ୍ଧ ଥିବା ବେଳେ କିଭଳି ଏହି ଅଘଟଣ ଘଟିଲା ତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି ।